ବର୍ଣ୍ଣମାଳା ଉଦ୍ୟାନକୁ ସ୍ଵାଗତ

ମୁଁ

ବର୍ଣ୍ଣମାଳା ଉଦ୍ୟାନ

ଆସନ୍ତୁ ଜାଣିବା ବର୍ଣ୍ଣମାଳା ଉଦ୍ୟାନ ବିଷୟରେ
  • ବର୍ଣ୍ଣମାଳା ଉଦ୍ୟାନ:କଣ ?

    ପ୍ରକୃତି ଭିତରେ ଲୁକ୍କାୟିତ ଥିବା ବହୁ ବିଚିତ୍ର ରହସ୍ୟକୁ ବୁଝିବା ପାଇଁ ଯୁଗେ ଯୁଗେ ମଣିଷ ଉଦ୍ୟମ କରିଆସିଛି | ଆମର ପୂର୍ବଜ ମୁନିଋଷିଗଣ ବୈଜ୍ଞାନିକ ସିଦ୍ଧବିଚାରର ପ୍ରବକ୍ତା | ପ୍ରକୃତି କୋଳରେ ରହି ତା’ର ପର୍ଯ୍ୟବେକ୍ଷଣ ସହ ଜୀବନ ଓ ଜଗତ ଉପରେ ପ୍ରକୃତି ଓ ପରିବେଶର କି ପ୍ରଭାବ ରହିଛି ସେ ସବୁର ଗଭୀର ଅଧ୍ୟୟନ କରି ବହୁ ଦୁର୍ଲଭ ଅନୁଭୂତି ଆମକୁ ଦେଇଯାଇଛନ୍ତି ‘ଚରକ ସଂହିତା’ ତା’ର ଏକ ବଳିଷ୍ଟ ପ୍ରମାଣ ଯେଉଁଠି ବୈଜ୍ଞାନିକ ଋଷି ଚରକ ଗୁରୁଙ୍କ ଆଦେଶରେ ବନମୂଲକର ସବୁଗୁଳ୍ମଲତା ପାଦପରେ ଜୀବନ କଲ୍ୟାଣ ଲାଗିଥିବା ଔଷଧୀୟ ଗୁଣକୁ ଖୋଜି ପାଇଥିଲେ | ପ୍ରକୃତିରେ ଏମିତି ଗୋଟିଏ ବନସ୍ପତି ନାହିଁ ଯାହା ନିରର୍ଧକ | ଅତଏବ ଚରକ ସଂହିତା ଚିକିତ୍ସାବିଜ୍ଞାନର ଏକ ପ୍ରାଚୀନ ଓ ଅମୂଲ୍ୟ ସମ୍ପତ୍ତି ଏଥିରେ ସନ୍ଦେହ ନାହିଁ | ଗଛ ଲତା କେବଳ ଔଷଧୀୟ ଦିଗରୁ ମୁଲ୍ୟବାନ କହିବା ଅପେକ୍ଷା, ଆମ ସଂସ୍କୃତି, ପ୍ରକୃତି, ସାହିତ୍ୟ ସର୍ବୋପରି ମାନବୀୟ ମନୀଷାର ସମୃଦ୍ଧିରେ କେମିତି ସାହାଯ୍ୟ କରି ଆସିଛି ତାହାର ଗଭୀର ଅନ୍ଵେଷଣ ଓ ଅଧ୍ୟୟନ ପରେ ଏକବିଂଶ ଶତାବ୍ଦୀରେ ମଣିଷ ଆଶ୍ଚର୍ଯ୍ୟ ହେଇଛି | ପ୍ରାଗ୍ ଏୈତିହାସିକ ଯୁଗର ମଣିଷ ଭାବ ପ୍ରକାଶ ପାଇଁ ଯେଉଁଧ୍ୱନି ବ୍ୟବହାର କରୁଥିଲା ତାହା ପଶୁଙ୍କ ରଡି ଓ ପକ୍ଷୀଙ୍କ କାକଳି ଭଳି ମନେହେଉଥିଲା ଯାହା ତା'ର ଜୈବିକ ଆବଶ୍ୟକତାକୁ ପୂରଣ କରିବା ପାଇଁ ଉଦ୍ଧିଷ୍ଟ ଥିଲା | ଅନ୍ୟ ଇତର ଜୀବ ଜନ୍ତୁଙ୍କ ଅପେକ୍ଷା ମଣିଷର ମାନସିକ ଶକ୍ତି ଉନ୍ନତ ଥିବା କାରଣର ପ୍ରକୃତିର ଅନୁକରଣ କରି ଧିରେ ଧିରେ ସେ ଆଗକୁ ଅଗ୍ରସର ହେଲା | ଖାଦ୍ୟ, ବସ୍ତ୍ର, ବାସଗୃହ, ନଇକୁଳିଆ କୃଷି, ଚକ ଓ ଅଗ୍ନିର ବ୍ୟବହାର ତାକୁ ଆଗକୁ ବଢିବାକୁ ଉତ୍ସାହିତ କଲା, ସୂର୍ଯ୍ୟ, ଚନ୍ଦ୍ର, ଆକାଶ, ତାରକା, ବର୍ଷା, ବିଜୁଳି, ବହି ଆଦି ପ୍ରକୃତିର ବିଭିନ୍ନ ରୂପକୁ ବୁଝିବାକୁ ଚେଷ୍ଟା କଲା |

  • ବର୍ଣ୍ଣମାଳା ଉଦ୍ୟାନ : କାହିଁକି ?

    ପୃଥିବୀରେ ବିଧାତା ସର୍ଜନା କରିଛନ୍ତି | ମୃତ୍ତିକା ସୁରକ୍ଷା, ବାୟୁମଣ୍ଡଳ ପରିଷ୍କରଣ, ଉତ୍ତାପ ନିୟନ୍ତ୍ରଣ, ଖାଦ୍ୟ ଶୃଙ୍ଖଳର ମୂଳାଧାର ସର୍ବୋପରି ମାତୃତୁଲ୍ୟ ପ୍ରକୃତିର ଅବିଛେଦ୍ୟ ଅଙ୍ଗ ଭାବେ ଜୀବନର ପାଳଣ ପୋଷଣରେ ବୃକ୍ଷଲତାର ମହତ୍ତ୍ଵ ଅନନ୍ୟ ଅଟେ | ଏଣୁ ବୃକ୍ଷଲତା କୁ କୁହଯାଏ ସବୁଜ ସୁନା (Green Gold) | ପ୍ରାଚୀନ ଓଡିଆ ଭାଷା ଶାସ୍ତ୍ରୀୟ ଭାଷାର ମର୍ଯ୍ୟାଦା ପାଇବା ପରେ ଆମ ଭାଷାର ମହତ୍ତ୍ଵକୁ ଆମେ ଏବେ ବୁଝିବା ଆରମ୍ଭ କରିଛୁ | ପ୍ରକୃତି ଓ ସଂସ୍କୃତର ସମନ୍ଵୟରୁ ଆମେ ଧ୍ୱନିମାଳ ବେଶ୍ ବିଜ୍ଞାନ ସମ୍ମତ ବୋଲି ବିଦ୍ଵାନ ମାନେ ସ୍ୱୀକାର କରନ୍ତି | ସ୍ଵରବର୍ଣ୍ଣ 'ଅ' ଠୁ 'ଔ' ପର୍ଯ୍ୟନ୍ତ, ‘ବର୍ଗ୍ୟ ବ୍ୟଞ୍ଜନ ବର୍ଣ୍ଣ’ କ…ଚ…ଟ…ତ…ପ (‘କ’ ରୁ ‘ମ’ ଯାଏ) ଅବର୍ଗ୍ୟ ବ୍ୟଞ୍ଜନ ବର୍ଣ୍ଣରେ (ଯ, ର, ଳ, ଶ, ଷ, ସ, ହ, କ୍ଷ, ୟ, ଲ) ଅତିରିକ୍ତ ବର୍ଣ୍ଣ ଭାବେ ‘କ୍ଷ, ଡ, ଢ, ୟ, ଲ ଏଭଳି ୫୧ ଟି ବର୍ଣ୍ଣର ସମାହାରରେ ଆମ ବର୍ଣ୍ଣମାଳା ଗଠିତ | ବର୍ଣ୍ଣର ମିଳନରୁ ଶବ୍ଦ, ଶବ୍ଦମାଳା, ଅର୍ଥ, ଅର୍ଥାନ୍ତର ରେ ଆମ ଭାଷା ସଂସ୍କୃତିକୁ ସମୃଦ୍ଧ କରି ଆସିଛି | ଆମ ଅକ୍ଷର ଗୋଡିକ ଗୋଲାକାର, ଭାଷା ଜାହ୍ନବୀ ରେ ଗଡି ଗଡି ଶାଳଗ୍ରାମ ଭଳି ସୁନ୍ଦର ଓ ଚିକଣ ହୋଇଛି | ଆମ ‘ବର୍ଣ୍ଣମାଳା’ ର ପ୍ରତ୍ୟକ ବର୍ଣ୍ଣ ରେ ଏକ ବା ଏକାଧିକ ‘ବୃକ୍ଷ ଲତା’ ରହିଛନ୍ତି | ବର୍ଣ୍ଣମାଳାର ଶୃଙ୍ଖଳା ଭଳି ପ୍ରକୃତିର ଏହି ପାଦପଲତାକୁ ସଜାଇ ଏକ ଉଦ୍ୟାନର ରୂପ ଦେବା ପାଇଁ ବନ ବିଭାଗ ନବରଙ୍ଗପୁରର କୋଡିଙ୍ଗା ବନାଞ୍ଚଳରେ ଯେଉଁ ଅଭିନବ ପ୍ରୟାସ ଆରମ୍ଭ ହେଇଛି ତାହା ଜନସାଧାରଣଙ୍କୁ ପ୍ରକୃତି, ସଂସ୍କୃତି, ସାହିତ୍ୟ ଓ ସୌନ୍ଦର୍ଯ୍ୟବୋଧକୁ ଜନସାଧାରଣଙ୍କ ମଧ୍ୟରେ ପ୍ରଚାର ଓ ପ୍ରସାର କରିବା ପାଇଁ ଏକ ସୁନ୍ଦର ଓ ସାଧୁ ପ୍ରୟାସ | ଏହି ବର୍ଣ୍ଣମାଳା ଉଦ୍ୟାନରେ ରହିଛି ‘ମସଲା ବଗିଚା’ ‘ବିଦେଶୀ ଫଳର ଗଛ’ ‘ସ୍ଵଦେଶୀ ଫଳର ବଗିଚା’ ଏହା ଛଡା ଆମ ଦେଶର ବିଭିନ୍ନ ରାଜ୍ୟର ରାଜ୍ୟ ଗଛ ଗୁଡିକୁ ମଧ୍ୟ ଭାରତ ମାନଚିତ୍ର ମାଧ୍ୟମରେ ରୋପଣ କରାଯାଇଛି |

  • ବର୍ଣ୍ଣମାଳା ଉଦ୍ୟାନ : କିପରି ?

    ଆମ ପୁରାଣ ମହାଭାରତର ବନପର୍ବ, ଆରଣ୍ୟକ ସଂହିତା, ‘ମେଘଦୂତ’ ‘ଅଭିଜ୍ଞାନ ସକୁନ୍ତଳମ୍’ କାବ୍ୟ ଆଦିରେ ବନସ୍ପତି ଏବଂ ପ୍ରକୃତିର ଯେଉଁ ସବୁବର୍ଣ୍ଣନା ରହିଛି ସେ ସବୁର ବଜ୍ଞାନିକ ଅନ୍ଵେଷା କଲେ ଆଶ୍ଚର୍ଯ୍ୟହେବାକୁ ପଡେ | ପ୍ରକୃତିରୁ ସଂସ୍କୃତି ସଂସ୍କୃତିରୁ ସାହିତ୍ୟ ଓ ସଭ୍ୟତା ଆଗକୁ ବଢିବ ପଛରେ ରହିଛି ମଣିଷର ଅନୁସନ୍ଧିୟା ଭାବ ଯାହାକୁ ଆମେ ବିଜ୍ଞାନର ମୂଳନୀତି ଭାବେ ଗ୍ରହଣ କରିଥାଉ | ‘Putting things together is called wisdom’ ପ୍ରକୃତି ଭିତରେ ସାହିତ୍ୟର ସ୍ନାୟୁକୁ ଖୋଜିବା ମାନନୀୟ ସ୍ଵରଧ୍ଵନିର ଅକ୍ଷରମାଳାକୁ ଠାବ କରିବା ଏବଂ ଏହି ଅକ୍ଷର ବା ବର୍ଣ୍ଣ ସଂଯୋଗରେ ଉଦ୍ଭିଦର ନାମକରଣ କରିବା ଏବଂ ବିଭିନ୍ନ ଭାବେ ସେ ସବୁକୁ ସାହିତ୍ୟରେ ସ୍ଥାନଦେବା ପରିରେ ରହିଛି ମଣିଷର ଅଦ୍ଭୁତ ପରିକଳ୍ପନା ବୋଧେ ଏହି ଉଦ୍ଭବ କଳ୍ପନା ପରି ମାନେ ହେଉଥିବା ବିଚାର ବନବିଭାଗର ଉର୍ବର ମସ୍ତିଷ୍କକୁ ସ୍ଵଙ୍ଗ କଳାପର ଏ ସ୍କନ୍ଦପୁରାନଠୁ ଚରକ ସଂହିତା ଯାଏଁ ମାନସ ମନ୍ଥନ କରି ୧୬୦ ପ୍ରକାର ବୃକ୍ଷର ବର୍ଣ୍ଣକୁ ବର୍ଗାନୁସରେ ସଜାଇ, ସ୍ଵଦେଶୀ, ବିଦେଶୀ ଓ ଔଷଧୀୟ ଆଦି ଭାଗରେ ବିଭାଜନ କରି ଉଦ୍ୟାନରେ ସଜାଯାଇଛି ଯାହା ଶିକ୍ଷଣର ଏକ ମୁକ୍ତ କ୍ଷେତ୍ର | ଯେ କେହି ଏହି ଉଦ୍ୟାନରେ ପ୍ରବେଶ କଲେ ସାହିତ୍ୟ, ସଂସ୍କୃତି ପ୍ରକୃତି ଭିତରେ ଯେଉଁ ଅପୂର୍ବ ସଂଯୋଗ ରହିଛି ତାହାକୁ ସହଜରେ ବୁଝି ପାରିବ | ଗଙ୍ଗା, ଯମୁନା ସରସ୍ବତୀର ତ୍ରିବେଣୀ ସଙ୍ଗମ ପରି ଏ ବର୍ଣ୍ଣମାଳା ଉଦ୍ୟାନ ମଣିଷର ମନିଷାକୁ ବହୁଭାବରେ ପ୍ରଗେଦିତ କରିବାର ସମ୍ଭାବନା ରହିଛି |

  • ଉଦେଶ୍ଵ

    1. ସଂସ୍କୃତ, ପାଲି, ପ୍ରାକୃତ, ଅପଭ୍ରଂଶ ଦେଇ ବର୍ଣ୍ଣମାଳାର ବିବର୍ତ୍ତନ ଭିତରେ ଓଡିଆ ବର୍ଣ୍ଣମାଳାର ଆସୁଥିବା ବୃକ୍ଷଲତା ଗୁଡିକୁ ଜାଣିବାର ଅପୂର୍ବ ସୁଯୋଗ ଦେଇଛି ଏ ବର୍ଣ୍ଣମାଳା ଉଦ୍ୟାନ | 2. ବର୍ଣ୍ଣମାଳା ଉଦ୍ୟାନରେ ଥିବା ବୃକ୍ଷଲତା ଗୁଡିକ ଆମ ଜୀବନ ଓ ସଂସ୍କୃତିର କିପରି ପ୍ରତିନିଧିତ୍ବ କରି ଜଗତର କଲ୍ୟାଣ କରି ଆସୁଛନ୍ତି ତାହା ବୁଝିବା ପାଇଁ ବର୍ଣ୍ଣମାଳା ଉଦ୍ୟାନ ଏକ ଅଭିନବ ଶିକ୍ଷଣ କ୍ଷେତ୍ର 3. ପ୍ରକୃତି, ସଂସ୍କୃତି, ସାହିତ୍ୟ ଓ ସଭ୍ୟତାର କ୍ରମ ବିବର୍ତ୍ତନ ଭିତରେ ମଣିଷର କଳ୍ପନା ଓ ସୌନ୍ଦର୍ଯ୍ୟବୋଧ କିପରି ଜ୍ଞାନର ବିବିଧତା ଭିତରେ ସଂହତି ଆଣିବାରେ ତାର ଏକ ଅପୂର୍ବ ଶିକ୍ଷଣ କ୍ଷେତ୍ର ଏ ଉଦ୍ୟାନ | 4. ପ୍ରକୃତି କୋଳରେ ସବୁଜ ଶାନ୍ତି, ସଂହତି ତ୍ୟାଗ ଓ ସହିଷ୍ଣୁତାର ପ୍ରତିନିଧିତ୍ବ କରିଥିବା ଏହି ସବୁଜ ଉଦ୍ଭିଦ କିପରି ଆମର ମାତା, ଧାତ୍ରୀ ଓ ଶିକ୍ଷୟିତ୍ରୀ ତାହା ବୁଝିବା ପାଇଁ ଏକ ମନୋଜ୍ଞ କ୍ଷେତ୍ର ଏ ବର୍ଣ୍ଣମାଳା ଉଦ୍ୟାନ |

    ଗ୍ୟାଲେରୀ

    Meet The Team

    Our process on creating awesome projects.

    Sri Subhendu Prasad Behera, Divisional Forest Officer, Nabarangpur Forest Division

    Sri Subhendu Prasad Behera
    Divisional Forest Officer

    Sri Subash Chandra Khuntia, Asistant Conservator of Forest, Nabarangpur Division.

    Sri Subash Chandra Khuntia
    Assitant Conservator Of Forest

    Sri Purna Chandra Nanda, Forest Range Officer, Kodinga Range

    Sri Purna Chandra Nanda
    Forest Range Officer

    Sri Prabhat Kumar Bisoyi, Forester Kodinga Section, Kodinga Range

    Sri Prabhat Kumar Bisoyi
    Forester

    Sri Umasankar Panigrahi, Forest Guard, Deodongri Beat, Kodinga Section, Kodinga Range.

    Sri Umasankar Panigrahi
    Forest Guard

    Sri Narasing Patra, DEO and Website Developer, Kodinga Range

    Sri Narasing Patra
    DEO and Website Designer

    Get in Touch

    Feel free to drop us a line to contact us

    Name*


    Message*


    Feel free To Contact

    ବର୍ଣ୍ଣମାଳା ଉଦ୍ୟାନ

    • Forest Range Office, Kodinga
    • +91-7008579510
    • rokodinga@gmail.com
    • www.barnnamalaudyan.com

    Pages